Verwandte Artikel zu Galpaswalpa (bhaga 1 o bhaga 2)

Galpaswalpa (bhaga 1 o bhaga 2) - Softcover

 
9781645605874: Galpaswalpa (bhaga 1 o bhaga 2)

Inhaltsangabe

ଊନବିଂଶ ଶତାବ୍ଦୀ ହେଉଛି ଉତ୍କଳ ପାଇଁ ଏକ ଘଡ଼ିସନ୍ଧିକାଳ । ଏ ଶତାବ୍ଦୀରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଚିନ୍ତା ଓ ଚେତନାରେ ସଂଘର୍ଷ ଘଟିଛି । ଫଳରେ ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରାଚୀନ ନିର୍ମୋକ ଖସିପଡ଼ିଛି । ନବଯୁଗର ପଦଧ୍ଵନିରେ ସମଗ୍ର ସାରସ୍ଵତ ଆକାଶ ନୂତନ ସମ୍ଭାବନା ଓ ଦ୍ୟୋତନାରେ ସ୍ଵପ୍ନାୟିତ ହୋଇଛି । ସର୍ବତ୍ର ଜନ ଜୀବନରେ ନବ ଜାଗୃତିର ମନ୍ଦ୍ରଧ୍ଵନି ନିନାଦିତ ହୋଇଛି । ଏଇ ଆକାଶର ଅସ୍ତାଚଳରେ ଭଞ୍ଜ ଯୁଗର ଜୀବନ ସନ୍ଧ୍ୟାର କରୁଣ ଅସ୍ତରାଗ ଓ ଉଦୟାଚଳରେ ନବଯୁଗର ଜୀବନ ପ୍ରଭାତର ହିରଣ୍ମୟ ଦ୍ୟୁତି ରୂପକ ରକ୍ତରାଗ ପ୍ରତିଭାତ ହୋଇଛି । ଓଡ଼ିଆ ସାହିତ୍ୟର ଚକ୍ରବାଳରେ ଏ ମାଟିର ଶ୍ରେଷ୍ଠ ପୁରୋହିତ, ନବଯୁଗର ଭଗୀରଥ, ଏ ଜାତିର ଦଧୀଚି, ଓଡ଼ିଆ କଥାସାହିତ୍ୟର ସମ୍ରାଟ, ଉତ୍କଳ-ସାହିତ୍ୟ-ଆଶ୍ରମର ବିଶିଷ୍ଟ ଋଷି, ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଦୁର୍ଦ୍ଧର୍ଷ ସେନାପତି, ଆଧୁନିକ କାବ୍ୟ-ଜଗତର ବ୍ୟାସକବି ତଥା ସରସ୍ଵତୀ ଫକୀରମୋହନଙ୍କର ଅଭ୍ୟୁଦୟ ଏକ ଯୁଗାନ୍ତକାରୀ ଘଟଣା । ବାଲେଶ୍ଵରର ମଲ୍ଲିକାଶପୁରର ପ୍ରସିଦ୍ଧ 'ମଲ୍ଲ' ପରିବାରସ୍ଥ ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀଙ୍କର ଔରସରୁ ୧୮୪୩ ମସିହା ଜାନୁଆରୀ ୧୩ ତାରିଖ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ତାଙ୍କର ଆଗମନ ଏବଂ ୧୯୧୮ ମସିହା ଜୁନ୍ ୧୪ ତାରିଖ ଶୁକ୍ରବାର ପବିତ୍ର ରଜ ସଂକ୍ରାନ୍ତିରେ ତାଙ୍କର ତିରୋଧାନ । ଗୋଟିଏ ସଂକ୍ରାନ୍ତିରେ ଆଗମନ ଏବଂ ଗୋଟିଏ ସଂକ୍ରାନ୍ତିରେ ତାଙ୍କର ତିରୋଧାନ ପର୍ଯ୍ୟନ୍ତ ରହିଯାଇଛି ଦୀର୍ଘ ୭୫ ବର୍ଷର ବ୍ୟବଧାନ । ସେଇ ସଂକ୍ରାନ୍ତି ପୁରୁଷ ଏ ଜାତିପାଇଁ, ମାଟି ପାଇଁ, ଭାଷା ପାଇଁ, ସାହିତ୍ୟ ପାଇଁ, ମଣିଷ ପାଇଁ,ସଂସ୍କୃତି ପାଇଁ ଯେଉଁ କ୍ରାନ୍ତି ସୃଷ୍ଟି କରିଯାଇଛନ୍ତି ତାହା ବାସ୍ତବିକ୍ ଜଣେ କର୍ମଯୋଗୀର ବୀରୋଚିତ କାର୍ଯ୍ୟ । ସେନାପତି ସଦୃଶ ହସ୍ତରେ ଅସି ଧରି ପ୍ରତିପକ୍ଷ ସହିତ ସେ ଯୁଦ୍ଧ କରିନାହାନ୍ତି ବରଂ ଶକ୍ତିଶାଳୀ ମସି ଧରି ଏ ଓଡ଼ିଆ ଜାତିର,ଭାଷାର,ସାହିତ୍ୟର ଯଥାର୍ଥ ଉନ୍ନତି କରିଯାଇଛନ୍ତି ।



Die Inhaltsangabe kann sich auf eine andere Ausgabe dieses Titels beziehen.

Über die Autorin bzw. den Autor

ବ୍ୟାସକବି ଫକୀର ମୋହନ (ଜାନୁଆରୀ ୧୩, ୧୮୪୩ - ଜୁନ୍ ୧୪, ୧୯୧୮) ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟର ସମର୍ଥ ସେନାପତି । କାବ୍ୟ, କବିତା, ଅନୁବାଦ ପ୍ରଭୃତିରେ ନିଜର ସ୍ୱାକ୍ଷର ରଖିଥିବା ଫକୀର ମୋହନ ପରିଣତ ବୟସରେ ଗଳ୍ପ-ଉପନ୍ୟାସ ଲେଖି ସିଦ୍ଧିର ଶିଖର ସ୍ପର୍ଶ କରିଛନ୍ତି । ୧୮୯୭ ରୁ ୧୯୧୫ ମଧ୍ୟରେ ଲିଖିତ ତାଙ୍କର ଚାରୋଟି ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ', 'ମାମୁ', 'ଲଚ୍ଛମା' ଓ 'ପ୍ରାୟଶ୍ଚିତ୍ତ' ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ । ତତ୍କାଳୀନ ଜୀବନ୍ମ ୃତ ସମାଜ ଜୀବନର ବ୍ୟାପକ ତଥା ଗଭୀର ଅବଲୋକନ ତାଙ୍କ କଲମକୁ ସାମର୍ଥ୍ୟ ଦେଇଛି । ଗ୍ରାମ୍ୟ ଓଡ଼ିଶାର ଚଳନ୍ତି ଭାଷା ପ୍ରୟୋଗରେ ସେ ଦକ୍ଷ । ତାଙ୍କର ଚରିତ୍ରମାନେ ଆଜି ମଧ୍ୟ ଜୀବନ୍ତ । ଓଡ଼ିଆ ଗଦ୍ୟ ସାହିତ୍ୟରେ ଅନେକ ପରୀକ୍ଷା ଓ ପ୍ରୟୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଅନତିକ୍ରମଣୀୟ ହୋଇରହିଛି ।

„Über diesen Titel“ kann sich auf eine andere Ausgabe dieses Titels beziehen.

EUR 5,72 für den Versand von Vereinigtes Königreich nach Deutschland

Versandziele, Kosten & Dauer

Suchergebnisse für Galpaswalpa (bhaga 1 o bhaga 2)

Beispielbild für diese ISBN

Senapati, Fakir Mohan
Verlag: Black Eagle Books, 2024
ISBN 10: 1645605876 ISBN 13: 9781645605874
Neu Softcover

Anbieter: Ria Christie Collections, Uxbridge, Vereinigtes Königreich

Verkäuferbewertung 5 von 5 Sternen 5 Sterne, Erfahren Sie mehr über Verkäufer-Bewertungen

Zustand: New. In. Artikel-Nr. ria9781645605874_new

Verkäufer kontaktieren

Neu kaufen

EUR 22,00
Währung umrechnen
Versand: EUR 5,72
Von Vereinigtes Königreich nach Deutschland
Versandziele, Kosten & Dauer

Anzahl: Mehr als 20 verfügbar

In den Warenkorb